ଉମରକୋଟ /14/04/26 ଆଜି ବେହେଡା ସ୍ଥିତ ତାରିଣୀ ମନ୍ଦିର ରେ ମହା ବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ ହେଇଯାଇଛି. ସକାଳୁ ମାଆ ଙ୍କ ର ରୀତିନୀତି ଅନୁସାରେ ପୂଜା ପାଠ, ନୂତନ ବସ୍ତ୍ର ଓ ସକାଳ ଆଳତୀ ପରେ ମାଆ ଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥିଲା.ବିଶ୍ୱ ଶାନ୍ତି ଓ ସମାଜ ର ମଙ୍ଗଳ କାମନା କରି ମନ୍ଦିର ପ୍ରାଙ୍ଗଣରେ ପଣ୍ଡିତ ମାନଙ୍କ ଦ୍ଵାରା ହୋମ ଯଂଜ୍ଞ ସହ ମାଆ ଙ୍କ ର ଗୁପ୍ତ ଚଣ୍ଡୀ ପାଠ କରାଯାଇଥିଲା.କମିଟି ତରଫରୁ ଦିନ ତମାମ ମାଆ ଙ୍କ ପୀଠ ରେ ସଂକୀର୍ତନ ଓ ନାମ ଜପ ସହ ବହୁ ଦୂର ଦୁରାନ୍ତର ଭକ୍ତ ଙ୍କ ପାଇଁ ଅନ୍ନ ଛତ୍ର ର ଆୟୋଜନ କରାଯାଇଥିଲା. କମିଟି ସଦସ୍ୟ ମାନେ ମାଆ ଙ୍କ ପୀଠ ରେ ଭକ୍ତ ମାନଙ୍କୁ ପଣା ବାଣ୍ଟି ମହା ବିଷୁବ ସଙ୍କରାନ୍ତି ଓ ଓଡ଼ିଆ ନବ ବର୍ଷ ର ଶୁଭେଚ୍ଛା ଜଣାଇଥିଲେ.ରାତି ନଅ ଟା ପରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଶେଷ ହେଇଥିଲା. ପଣା ସଙ୍କରାନ୍ତି ରେ ମାଆ ଙ୍କ ପୀଠ ରେ ହଜାର ହଜାର ଭକ୍ତ ଙ୍କ ସମାବେଶ ପରିବେଶ କୁ ଭକ୍ତି ମୟ କରିଥିଲା. ମନ୍ଦିର ପ୍ରାଙ୍ଗଣରେ ଜଣେ ଭକ୍ତ ଶହେ ଗୋଟି ନଡ଼ିଆ ରଖି ମାଆ ଙ୍କୁ ସମର୍ପଣ କରିଥିଲେ.
ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ରେ ତାରିଣୀ ମନ୍ଦିର ପୂଜା କମିଟି ସଭାପତି ଡମ୍ବୁରୁ ଧର ଭତରା, ସମ୍ପାଦକ ସଜିତ କୁମାର ପଟ୍ଟନାୟକ, ପରିଚାଳନା କମିଟି ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ବାଘ, ବୁଲୁ ଦାସ, ବିରନାଥ ଭତରା, ଲକ୍ଷ୍ମୀ ଚନ୍ଦ୍ର ପାଢ଼ୀ, ମୁନ୍ନା ପାଣିଗ୍ରାହୀ, ଜୟରାମ ମହାରଣା, ନିରୋଧ କୁମାର ନାୟକ, ରବୀନ୍ଦ୍ର ବାଘ, ରମେଶ ଜେନା, ସୁଶାନ୍ତ ମହାରଣା ପ୍ରମୁଖ ସହଯୋଗ କରିଥିଲେ.
