ଡାବୁଗାଁ, ୧୪/୪ – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବୋରିପଦର ଗ୍ରାମ ର ଦେଶୀମଦ ଭାଟି ନିକଟରେ ସୋମବାର ରାତ୍ରି ରେ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ୨ ମୃତ ଓ ୧ ଗୁରୁତ୍ତର | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ- ବୋରିଗାଁ ମୁଖ୍ୟ ରାସ୍ତାରେ ବୋରିପଦର ଗ୍ରାମ ର ଦେଶୀମଦ ଭାଟି ନିକଟରେ ଡାବୁଗାଁ – ନୂଆଗୁଡା ଗ୍ରାମର ନାଡୁ ଗୌଡ (୩୩) ଓ ତାଙ୍କର ଶିଶୁ ପୁତ୍ର ମଙ୍ଗଳଦାସ ଗୌଡ (୫) ଙ୍କ ସହ ନିଜ ମୋଟରସାଇକେଲ ନଂ ଓଡି ୨୪ ଡି ୦୨୭୦ ଯୋଗେ ରାତ୍ରି ପ୍ରାୟ ୭ ଘ. ସମୟରେ ଶଶୁର ଘରୁକୁ ଯାଉଥିବା ବେଳେ ବିପରୀତ ଦିଗରୁ ମାନିଗାଁ ଗ୍ରାମର ପୁରନ ଜାନୀ (୩୦) ମୋଟରସାଇକେଲ ନଂ ଓଡି ୨୪ ଏ ୬୯୭୨ ଯୋଗେ ଡାବୁଗାଁ ଅଭିମୁଖେ ଫେରୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା | ଖବରପାଇ ଡାବୁଗାଁ ଅଗ୍ନିସମ କେନ୍ଦ୍ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ନାଡୁ ଗୌଡ ଓ ପୁରନ ଜାନୀ ଙ୍କୁ ମୃତ ଘୋଷଣା କରିଥିଲେ | ନାଡୁ ଗୌଡ ଙ୍କ ଶିଶୁ ପୁତ୍ର ମଙ୍ଗଳଦାସ ଗୌଡଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଘଟଣାସ୍ଥଳରେ ଥାନା ପ୍ରୋବେଶରର ସବଇନିସ୍ପେକ୍ଟର ଦଣ୍ଡ ଚରଣ ସେଠୀ ଓ ଏଏସଆଇ ଚନ୍ଦ୍ରଶେଖର ହଜାରି ଓ ପୋଲିସ କର୍ମଚାରୀ ମାନେ ପହଞ୍ଚି ତଦନ୍ତ କରୁଛନ୍ତି |
