କଟକ: ସାଇକେଲ ଚଲାଇବା ନିଜକୁ ଫିଟ ରଖିବା । ସାଇକେଲ ଚଲାଇଲେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ୨୦୩୦ରେ ହେବାକୁ ଥିବା କମନ ୱେଲଥ୍ ଗେମକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ଓ କଟକ ୟୁପିଡ଼ି ପକ୍ଷରୁ ସଣ୍ଡେ ଅନ୍ ସାଇକେଲ ଯାତ୍ରା ହୋଇଛି । ଏହି କାର୍ଯ୍ୟକ୍ରମକୁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବ୍ୟସ୍ତ ବହୁଳ ଜୀବନ ଚର୍ଯ୍ୟା ଭିତରେ ନିଜ ସ୍ୱାସ୍ଥ୍ୟ ପାଇଁ କେହି ସମୟ ଦେଇ ପାରୁ ନାହାନ୍ତି ।
ଏଥିଲାଗି ବିଭିନ୍ନ ପ୍ରକାରର ରୋଗର ଶିକାର ହେଉଛନ୍ତି । ନିଜକୁ ଫିଟ ରଖିବା ଓ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ସାଇକେଲିଙ୍ଗ କରିବା ଆବଶ୍ୟକ । ଆଖ ପାଖ ସ୍ଥାନକୁ ଯିବାକୁ ହେଲେ ସାଇକେଲ ବ୍ୟବହାର କଲେ ବହୁତ ଭଲ । ଯାହା ଫଳରେ ତେଲ ବଞ୍ଚିବ ଓ ଶରୀର ବି ଫିଟ୍ ରହିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।
