କଟକ: ଆଜି ସରୁଛି ରାଜାର ରିମାଣ୍ଡ ଅବଧି । ଆଜି କଟକ JMFC କୋର୍ଟରେ ହାଜର ହେବେ ଚୌଦ୍ଵାର ମଣ୍ଡଳ କାରାଗାରରୁ ଫେରାର ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀ । ଗତ ୯ ତାରିଖରୁ ରାଜାକୁ ୭ ଦିନିଆ ରିମାଣ୍ଡରେ ନେଇଥିଲା କର୍ଣ୍ଣାଟକ ପୋଲିସ। ରିମାଣ୍ଡ ସରିବା ପରେ କୋର୍ଟରେ ପୁଣି ରାଜାକୁ ହାଜର କରିବ କର୍ଣ୍ଣାଟକ ପୋଲିସ ।
ମହୀଶୂରରେ ଏକ ଗହଣା ସୋରୁମରୁ ୨୦ କୋଟିର ଗହଣା ଡକାୟତି ମାମଲାରେ ରାଜା ସାହାଣୀ ସଂପୃକ୍ତ ରହିଥିଲା । ଅଧିକ ପଚରା ଉଚରା କରି କର୍ଣ୍ଣାଟକ ପୁଲିସ ତାଠାରୁ ଡକାୟତି ଲିଙ୍କ୍ ଗୁମର ଖୋଲିଥବ । ଖାଲି ସେତିକି ନୁହେଁ ରାଜା ସାହାଣୀ ଠାରୁ ପୂରା କ୍ରାଇମ ସିଣ୍ଡିକେଟ ପଛରେ କେଉଁମାନେ ସବୁ ଅଛନ୍ତି, ସେନେଇ ଅଧିକ ତଥ୍ୟ କାଢ଼ି ଥାଇପାରେ କର୍ଣ୍ଣାଟକ ପୋଲିସ । ଆଜି ସ୍ଥାନୀୟ କର୍ଣ୍ଣାଟକ କୋର୍ଟରେ ହଜାର କରିବା ପରେ, କଟକକୁ ଆଣି ଏଠାର କୋର୍ଟରେ ହଜାର କରିବ ପୁଲିସ ।
