ରାଇଘର,୧୩/୪:- ନବରଙ୍ଗପୁରଜିଲ୍ଲା ରାଇଘର ଥାନା ଅଧୀନରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା ଚରିତ୍ରକୁ ସନ୍ଦେହ କରି ପତ୍ନୀକୁ ପିଟି ପିଟି ମାରି ଦେବାପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ୱାମୀ ଜଣକ ଏକ ପାଇଖାନା ଟାଙ୍କିରେ ପୋତି ଦେଇଥିଲା l ବାପାର ଏଭଳି ଜଘନ୍ୟ କାମକୁ ୪ ବର୍ଷର ପୁଅ ସହି ନପାରି ପଡୋଶୀଙ୍କ ନିକଟରେ ହତ୍ୟା ଘଟଣାର ଗୁମର ଖୋଲିଛି l ରାଇଘର ଥାନା ଅନ୍ତର୍ଗତ ଯୋଡ଼ିଙ୍ଗା ପଞ୍ଚାୟତର ବୋରଗାଁ ଗ୍ରାମର ସୁବାସ ଗଣ୍ଡ ନିଜ ପତ୍ନୀ ମନେଇ ଗଣ୍ଡ ଏବଂ ପିଲାମାନଙ୍କୁ ନେଇ ଗତ ଶନିବାର ଦିନ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ସାରି ଘରକୁ ଫେରିବା ପରେ ପତ୍ନୀର ଚରିତ୍ରକୁ ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇ ଶେଷରେ ସୁବାସ ମନେଇକୁ ପିଟିପିଟି ମାରି ଦେଇଥିଲା l ପ୍ରଣାମ ଲୁଚାଇବାକୁ ଯାଇ ସେହିଦିନ ରାତିରେ ନିଜ ପାଇଖାନା ଟାଙ୍କିରେ ମନେଇର ମର ଶରୀର ପୋତି ଦେଇଥିଲେ l କିନ୍ତୁ ନିଜ ଚାରି ବର୍ଷର ପୁଅକୁ ବାପାର ଏଭଳି ଜଘନ୍ୟ କାମକୁସହି ନପାରି ସମସ୍ତ ପଡୋଶୀଙ୍କୁ କହିଦେଇଥିଲା l ଗ୍ରାମବାସୀ ସୁବାସକୁ ଜେରା କରିବା ପରେ ସମସ୍ତ ଘଟଣା ପ୍ରକାଶ କରିଥିଲା l ଖବର ପାଇ ରାଇଘର ପୁଲିସ ଘଟଣା ସ୍ଥଳରେ ପହଂଚି ଟାଙ୍କିରୁ ଶବ ଉଦ୍ଧାର କରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି l ସ୍ୱାମୀକୁ ପୁଲିସ ଅଟକ ରଖିଛିl
