ନବରଙ୍ଗପୁର,ଉମରକୋଟ,୯/୪:- ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ସି ଗ୍ରାମ ଉପରପାରା ଠାରେ ଗାଧୋଇବାକୁ ଯାଇ ପୋଖରୀ ରେ ବୁଡି ତିନି ନାବାଳିକା ମୃତ୍ୟୁ l ରାଜମନ ଗଣ୍ଡ ଙ୍କ ଦୁଇ ଝିଅ ଏବଂ ବାଲସାଇ ଗଣ୍ଡ ଙ୍କ ଗୋଟିଏ ଝିଅ ତିନି ଜଣ ଘର ପାଖ ପୋଖରୀ କୁ ଗାଧେଇବାକୁ ଯାଇ ପାଣିରେ ବୁଡି ଯାଇଥିବା ଜଣା ପଡିଛି। ଆଜି ସକାଳ ପ୍ରାୟ ୧୧ ସମୟରେ ତିନି ଜଣ ସାଙ୍ଗ ହୋଇ ଘର ନିକଟରେ ଥିବା ପୋଖରୀ କୁ ଗାଧୋଇ ବାକୁ ଯାଇଥିଲେ। ପୋଖରୀ କୂଳରେ ପୋଷାକ ରଖି ପାଣି ଭିତରକୁ ଯାଇ ଆଉ ଫେରି ନଥିଲେ, ପାଖରେ ଥିବା ଅନ୍ୟ ଜଣେ ଶିଶୁ ଘରକୁ ଆସି ଜଣାଇଲେ ପାଣିରେ ଯାଇ ତିନି ଝିଅ ଆଉ ଫେରି ନାହାନ୍ତି। ଏହାପରେ ଗ୍ରାମ ବାସି ପାଣି ଭିତରୁ ତିନି ନାବାଳିକା ଙ୍କ ଶବ ଉଦ୍ଧାର କରି ଆଣିଥିଲେ। ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ଅଧିକ ତଦନ୍ତ କରୁଛନ୍ତି।
