ଆଜି ଦଶରଥ ପୁର ବ୍ଲକ ଅହିୟାସ କାଳିପଡିଆ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଯଶ୍ବସୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ପୂର୍ବକ ଡବଲ ଇଂଜିନ ସରକାର ଉପରେ ଭରଷା କରି କସପା ପଞ୍ଚାୟତର ସରପଞ୍ଚ ଦୀପ୍ତିବାଳା ନାୟକ, ଯୁବ ସଂଗଠକ ବାପି ମହାନ୍ତି, ପୂର୍ବତନ ସରପଞ୍ଚ ପ୍ରଭାତ ନାୟକ, ଜୟନ୍ତରା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ତୁଷାରକାନ୍ତ ନାୟକ,ଗୋଲେଖ ସାମଲ,ସୌଭାଗ୍ୟ ଯେନା, ପରମେଶ୍ୱର ରାଉତ ସମେତ ବିଭିନ୍ନ ପଞ୍ଚାୟତର ବିଜୁ ଜନତା ଦଳ ଓ କଂଗ୍ରେସ ଦଳର ସକ୍ରିୟ ସଦସ୍ୟ ମାନେ ବିଧି ବଦ୍ଧ ଭାବରେ ଆମ ଦଳରେ ଯୋଗଦାନ କରିଥିଲେ , ତାଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ଆମ ଦଳକୁ ସ୍ବାଗତ ଜଣାଇଥିଲି ।।

ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ବିଜେପି ସଭାପତି ଶ୍ରୀମତୀ ଦେବଯାନୀ ପ୍ରଧାନ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ବିନୋଦ ବିହାରୀ ଯେନା, ଜିଲ୍ଲା ଉପସଭାପତି ମନ୍ମଥ ବରାଳ, ମଣ୍ଡଳ ସଭାପତି ସୁନୀଲ ରାଉତ, ସୁଦୀପ୍ତ ପଣ୍ଡା, ସୁବାସ ମହାନ୍ତି, ଇନ୍ଦ୍ରଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
