କଟକ,12/4 : ତ୍ରିଶୁଳିଆ ବାରଙ୍ଗ ତହସିଲଦାର ଅଫିସ ନିକଟସ୍ଥ ନହରଣପୁର ର ମୁଖ୍ୟ ମାର୍ଗ ଦୀର୍ଘ ବର୍ଷ ଧରି ଶୋଚନୀୟ ଅବସ୍ଥା ରେ ପଡିରହିଛି. ଏହି ରାସ୍ତା ର ଗୁରୁତ୍ୱ ହେଉଛି ବହୁତ ଇଂଜିନିୟରିଙ୍ଗ କଲେଜ, ଶିଳ୍ପସଂସ୍ଥା, ସରକାରୀ ଅଫିସ,ଏହା ସହ ଜାତୀୟ ରାଜପଥ, ରାଜଧାନୀ ଏବଂ ନାରାଜ, କଟକ କୁ ମଧ୍ୟ ଯୋଗାଯୋଗ ରହୁଛି.କିନ୍ତୁ ଏଭଳି ଗୁରୁତ୍ୱ ପୂର୍ଣ୍ଣ ସ୍ଥାନରେ ଏଭଳି ଅବହେଳା ଦେଖା ଦେଇଛି ସ୍ଥାନୀୟ ଲୋକ ଙ୍କ କହିବା ଅନୁଯାୟୀ ଏଠାରେ ସବୁ ଥାଇ ମଧ୍ୟ ଏଠାର ଦୀର୍ଘ ଚଉଡା ରାସ୍ତାରେ ଲାଇଟ ନାହିଁ, ରାତ୍ରିରେ ଅସାମାଜିକ ଯୁବକଙ୍କ. ଆଡା ସାଜିଛି ରାତ୍ରିରେ ବାଟୋଇ ମାନଙ୍କ ମୁହଁ ଦିଶୁନି ଏବଂ ଯଦିବା ଗାଡି ଲାଇଟ ପଡୁଛି ଗାଡି ଲାଇଟ ରେ ରାସ୍ତା ଅନ୍ୟ ଦିଗକୁ ଦେଖାଯାଉନି ଏଭଳି ପରିସ୍ଥିତି ରେ ପ୍ରତିଦିନ ଦୁର୍ଘଟଣା, ଲୁଟ ପାଟ ଜାରି ରହୁଛି, ମହିଳା ମନେ ଘରୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି. ଅନେକ ବାର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରି ମଧ୍ୟ ଶେଷରେ ହାରାଷ ହୋଇ ବସିଛନ୍ତି. ଏଥିସହ ଅସୁବିଧା ସମୟରେ ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାଏନ୍ସ ମଧ୍ୟ ବାଟ ବଣା ହେଉଛନ୍ତି. ସବୁ ଜାଣି ଶୁଣି ପ୍ରଶାସନ ମଧ୍ୟ କୂପମାଣ୍ଡୁ କ ସାଝି ବସିଛନ୍ତି.ଯଦି ସାମାନ୍ୟ କଟକ ଭୁବନେଶ୍ୱର ନିକଟସ୍ଥ ରାସ୍ତା ଗାଁ ପରି ଅବହେଳା, କେବଳ ବିଶ୍ୱସ୍ତରୀୟ ଆବାଜ ଜୋରଦାର ଜାରି ସବୁ ସଭାସାମିତିରେ ତେବେ ଗାଁ କଥା ଆଉ କଣ କହିବା.ତେବେ ଦେଖିବାକୁ ରହିଲା କେବେପ୍ରଶାସନ ଙ୍କ ନଜର ଆସୁଛି ଆଉ ଏହାର ସ୍ଥାୟୀ ନିରାକରଣ. ହେଉଛି.
