ନବରଙ୍ଗପୁର,୪/୪-: ଚଳିତ ଶିକ୍ଷାବର୍ଷ ଠାରୁ ପଞ୍ଚମ ଓ ଅଷ୍ଟମଶ୍ରେଣୀରେ
ପାସ୍ ଫେଲ ନିୟମ ଲାଗୁ ହୋଇଛି। ଜିଲ୍ଲାରେ ପଞ୍ଚମ ଶ୍ରେଣୀରେ ୭୯ ଓ ଅଷ୍ଟମରେ
୨୪୬ ଛାତ୍ରଛାତ୍ରୀ ପରୀକ୍ଷାରେ ଫେଲ୍ ହୋଇଛନ୍ତି। ଫେଲ ପିଲାଙ୍କୁ ପୁଣି ଥରେ
ସେମାନଙ୍କ ଦୁର୍ବଳ ବିଷୟ ଉପରେ ଶିକ୍ଷାଦାନ କରାଯିବ। ଏପ୍ରିଲ ଶେଷ ସପ୍ତାହରେ
ଫେଲ ପିଲାଙ୍କୁ ପୁଣିଥରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ।
ପଞ୍ଚମ ଶ୍ରେଣୀରେ ଚନ୍ଦାହାଣ୍ଡି ବ୍ଳକରେ ୧୫୨୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା
ବେଳେ ସେଥିରୁ ୨୯ଜଣ ଫେଲ୍ ହୋଇଛନ୍ତି। ସେଭଳି ଡାବୁଗାଁ ବ୍ଳକରେ ସମସ୍ତ
୧୨୫୨ ପିଲା ପାସ ହୋଇଛନ୍ତି । ଝରିଗାଁ ବ୍ଳକରେ ୩୦୯୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ
ମାତ୍ର ୧୦ଜଣ ଫେଲ୍ ହୋଇଛନ୍ତି। କୋଷାଗୁ ମଡାରେ ୨୯୫୮ ଜଣଙ୍କ ମଧ୍ୟରୁ ୮ଜଣ
ଫେଲ ହୋଇଛନ୍ତି। ନନ୍ଦାହାଣ୍ଡିରେ ୧୧୬୮ ମଧ୍ୟରୁ ୨, ପାପଡାହାଣ୍ଡିରେ ୨୬୫୩
ମଧ୍ୟରୁ ୫, ରାଇଘରରେ ୩୫୫୩ରୁ ୫, ତେନ୍ତୁଳିଖୁଣ୍ଟିରେ ୧୬୪୨ରୁ ୧୮ ପିଲା
ଫେଲ୍ ହୋଇଛନ୍ତି। ଉମରକୋଟରେ ସମସ୍ତ ୩୮୧୪ ପିଲା ପାସ୍ ହୋଇଛନ୍ତି। ପଞ୍ଚମ
ଶ୍ରେଣୀରେ ଜିଲ୍ଲାର ୨୩ ହଜାର ୪୪୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩ ହଜାର ୩୫୫
ପାସ କରିଥିବା ବେଳେ ୭୯ ପିଲା ଫେଲ ହୋଇଛନ୍ତି। ସେଭଳି ଅଷ୍ଟମଶ୍ରେଣୀରେ
ଚନ୍ଦାହାଣ୍ଡିରେ ୧୬୦୮ରୁ ୯୪ ଫେଲ ହୋଇଛନ୍ତି। ଡାବୁଗାଁରେ ସମସ୍ତ ୧୩୯୬
ପିଲା ପାସ କରିଛନ୍ତି । ଝରିଗାଁରେ ୩୧୬୬ରୁ ୨୫, କୋଷାଗୁମଡାରେ ୩୨୫୪ରୁ
୨୬, ନବରଙ୍ଗପୁରରେ’ ୨୦୯୧ରୁ ୨୩, ନନ୍ଦାହାଣ୍ଡିରେ ୧୧୪୩ରୁ ୧୩, ପାପଡାହାଣ୍ଡି
ବ୍ଳକରେ ୨୮୪୬ରୁ ୧, ରାଇଘର ବ୍ଲକରେ ୩୫୭୪ରୁ ୩୪, ତେନ୍ତୁଳିଖୁଣ୍ଟିରେ
୧୭୪୫ରୁ ୩୦ଜଣ ଫେଲ ହୋଇଛନ୍ତି। ଉମରକୋଟ ବ୍ଳକରେ ସମସ୍ତ ୩୨୬୧
ପିଲା ପାସ କରିଛନ୍ତି। ଜିଲ୍ଲାରେ ଅଷ୍ଟମଶ୍ରେଣୀରେ ୨୪ ହଜାର ୮୪ ଜଣଙ୍କ ମଧ୍ୟରୁ
୨୪୬ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
