ନବରଙ୍ଗପୁର,୪/୪-: ଉମରକୋଟ ବ୍ଳକର
ପୁରୁଣା ଥାନା( ଅବ୍ୟବହୃତ)ରେ ଆଜି ଆତ୍ମହତ୍ୟା
କରିଛନ୍ତି ଜଣେ କନେଷ୍ଟବଳ । ତାଙ୍କ ନାଁ ଅକ୍ଷୟ
କୁମାର ନାୟକ(୩୫) । ଆତ୍ମହତ୍ୟାର ପ୍ରକୃତ
କାରଣ ଜଣାପଡ଼ିନି । ଏସ୍ପି ଏହାର ନିରପେକ୍ଷ
ତଦନ୍ତ କରିବା ଦରକାର । କେଉଁ କାରଣରୁ ଜଣେ
ଯୁବ କନେଷ୍ଟବଳ ବାଛିନେଲେ ଆତ୍ମହତ୍ୟାର
ରାସ୍ତା, ତାହାର ପର୍ଦାଫାସ କରିବା ଆବଶ୍ୟକ।
ମିଳିଥିବା ସୂଚନା ଅନୁଯାୟୀ, ଆତ୍ମହତ୍ୟା
କରିଥିବା ଅକ୍ଷୟଙ୍କ ଘର ନବରଙ୍ଗପୁର ଥାନା
ପାଖନାଗୁଡାରେ । ତାଙ୍କ ବାପାଙ୍କ ନାଁ ସୁନ୍
ନାୟକ । ଦୁଇବର୍ଷ ହେଲା ଅକ୍ଷୟ ଉମରକାଟ
ଥାନା ଆଉଟପୋଷ୍ଟରେ କନେଷ୍ଟବଳ ଭାବେ କାମ
କରିଆସୁଥିଲେ। ପରିତ୍ୟକ୍ତ ପୁରୁଣା ଥାନାରେ
ବେକରେ ରଶି ଲଗାଇ ଆଜି ସକାଳେ ଆତ୍ମହତ୍ୟା
କରିଥିଲେ । ଏହା ଜଣାପଡିବା ପରେ ଥାନାର
କେତେକ କର୍ମଚାରୀ ତାଙ୍କୁ ଡାକ୍ତରଖାନା ନେଇଥିଲେ।
ଏଥିସହ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।
ଖବର ପାଇ ଅକ୍ଷୟଙ୍କ ସ୍ତ୍ରୀ ଓ ପରିବାରର ଅନ୍ୟ
ସଦସ୍ୟମାନେ ମେଡିକାଲରେ ପହଞ୍ଚିଥିଲେ । ଶବ
ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।
ଏ ସଂପର୍କରେ ଉମରକୋଟ ଥାନାଧିକାରୀ
ବିପିନ କୁମାର ବାଗଙ୍କୁ ପଚାରିବାରୁ କହିଛନ୍ତି,
ଅକ୍ଷୟ କିଛିଦିନ ହେଲା ଅସୁସ୍ଥ ଥିଲେ । ଏଥିସହ
ପାରିବାରିକ ସମସ୍ୟାକୁ ନେଇ ଚିନ୍ତାରେ ରହିଥିଲେ ।
ଏହି କାରଣରୁ ହୁଏତ ସେ ଆତ୍ମହତ୍ୟା
କରିଥାଇ ପାରନ୍ତି । ଏ ସଂପର୍କରେ ଥାନାରେ ଏକ ଅପମୃତ୍ୟୁ
ମାମଲା ରୁଜୁ ହୋଇ ତଦନ୍ତ ଚାଲୁଛି ।
