ନବରଙ୍ଗପୁର ,୩୦/୩:- ଗ୍ରାମାଞ୍ଚଳ ରୁ ରୋଗୀ ଟିଏ ଆସିଲେ ତାହା ସହ ସାହାଯ୍ୟ ସକାଶେ ସାଙ୍ଗରେ ଜଣେ ଦୁଇ ଜଣ ଥାଆନ୍ତି, ରୋଗୀ ଙ୍କୁ ଚିକିତ୍ସାଳୟ ନେବା ପାଇଁ ଅଟୋ ଦରକାର ହୁଏ, ବେଳେ ବେଳେ ଟଙ୍କା ଅଭାବରୁ ବହୁ କଷ୍ଟରେ ରୋଗୀ ଓ ସମ୍ପର୍କୀୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଯାଇଥାନ୍ତି।ଜଣେ ଦୁଃଖୀ ଅଭାବୀ ମଣିଷ ହି ବୁଝି ପାରେ ଅନ୍ୟ ଜଣଙ୍କ ଦୁଃଖ ଓ ଅଭାବ କଥା, ଏହି କଥା କୁ ମର୍ମେ ମର୍ମେ ହୃଦୟଙ୍ଗମ କରୁଛନ୍ତି ନବରଙ୍ଗପୁର ସହର ର ଅଟୋ ଚାଳକ ଭାଇ ମାନେ,ସେବା ଯୋଗାଇବାକୁ ଏକ ଅଭିନଵ ପ୍ରୟାସ କରିଛନ୍ତି,ରୋଗୀ ଙ୍କୁ ମାଗଣାରେ ରୋଗୀ ଓ ସମ୍ପର୍କୀୟ ଙ୍କୁ ଚିକିତ୍ସାଳୟରେ ପହଂଚେଇବେ । ବିଭିନ୍ନ ସ୍ଥାନରୁ ରୋଗୀ ଙ୍କୁ ମାଗଣା ରେ ମେଡିକାଲ ପହଞ୍ଚାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଏହି ସେବା ପ୍ରତ୍ୟେକ ସୋମବାର ଦିନ ଉପଲବ୍ଧ କରାଯାଇଛି।ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନବରଙ୍ଗପୁର ସହର ଅଟୋ ଡ୍ରାଇଭର ସୁରକ୍ଷା କମିଟି ପକ୍ଷରୁ ବିଦ୍ଧିଵଧ ଘୋଷଣା କରିବା ସହ ଶୁଭ ଉଦଘାଟନ କରିଛନ୍ତି। ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନବରଙ୍ଗପୁର ସହର ର ଅଟୋ ଚାଳକ ସଂଘ ପକ୍ଷରୁ ରୋଗୀ ଙ୍କୁ ମାଗଣା ରେ ବିଭିନ୍ନ ମେଡିକାଲ ଓ ମେଡିକାଲ ରୁ ନିଜର ଗନ୍ତବ୍ୟ ସ୍ଥଳକୁ ପହଞ୍ଚେଇବା ପାଇଁ ଶୁଭ ଉଦଘାଟନ କରାଯାଇଥିଲା।
ଏହି ସେବା ପ୍ରତ୍ୟେକ ସୋମବାର ଦିନ ଉପଲବ୍ଧ କରାଯାଇଛି।ଏହି ସେବାରେ ବର୍ତ୍ତମାନ ୭୦ ଅଟୋ ଅଟୋ ମାଲିକ ଓ ଡ୍ରାଇଭର ସାମିଲ ଥିବା ବେଳେ ଆଗାମୀ ଦିନରେ ଅନ୍ୟ ଅଟୋ ଡ୍ରାଇଭର ମାନେ ମଧ୍ୟ ଯୋଗ ଦେବେ, ସୋମବାର ଦିନ ଏହି ମାଗଣା ସେବା ଯୋଗାଉ ଥିବା ଅଟୋ କୁ ଚି଼ହ୍ନଟ ପାଇଁ ଏକ ସ୍ୱତନ୍ତ ଡ୍ରେସ କୋଡ଼ ରଖାଯାଇଛି ଯେଉ ଅଟୋ ଚାଳକ ନୀଳ ରଙ୍ଗର T Shirt ପିନ୍ଧିଥିବେ ସେହି ମାନେ ଏହି ମାଗଣା ସେବା ଯୋଗାଉଛନ୍ତି ବୋଲି ଜାଣି ହେବ ବୋଲି ରାଜ୍ୟ ମଟର ଚାଳକ ସଂଘ ର ସଭ୍ୟ ତଥା ଏହି ମହତ ସେବା କୁ ଆରମ୍ଭ କରିଥିବା ବାର୍ଥ ହରିଜନ ପ୍ରକାଶ କରିଛନ୍ତି । ଏହି ପ୍ରୟାସ କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସହ ସାଧୁବାଦ ଜଣାଇଛନ୍ତି ଜନସାଧାରଣ । ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନବରଙ୍ଗପୁର ସହର ର ଅଟୋ ଚାଳକ ସଂଘ ପକ୍ଷରୁ ରୋଗୀ ଙ୍କୁ ମାଗଣା ରେ ବିଭିନ୍ନ ମେଡିକାଲ ଓ ମେଡିକାଲ ରୁ ନିଜର ଗନ୍ତବ୍ୟ ସ୍ଥଳକୁ ପହଞ୍ଚେଇବା ପାଇଁ ଶୁଭ ଉଦଘାଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତପନ ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ମଳୟ କୁମାର ତ୍ରିପାଠୀ , ମାତୃ ଅଶ୍ରୟ ଆଶ୍ରମ ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ , ସମାଜସେବୀ ମୁନା ତ୍ରିପାଠୀ ଯୋଗଦେଇ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ନବରଙ୍ଗପୁର ଜିଲ୍ଲା ର ଦଶ ଗୋଟି ବ୍ଲକର ବିଭିନ୍ନ ସମୟରେ ନବରଙ୍ଗପୁର ସହରରେ ପହଞ୍ଚିବା ପରେ ଅର୍ଥ ଅଭାବ ଯୋଗୁଁ ମେଡିକାଲ ଯିବାପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଯୋଗୁ ଅଟୋ ଚାଳକ ସଂଘ ପକ୍ଷରୁ ଏହି ସେବା ନିଶ୍ଚିତ ଭାବେ ମାଇଲ ଖୁଣ୍ଟ ହେବ ତେଣୁ ଏହି ପ୍ରୟାସ କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସହ ସାଧୁବାଦ ଜଣାଇଛନ୍ତି ଜନସାଧାରଣ ।
ହାତରେ ଅଟୋ ଭଡା ପାଇଁ ଟଙ୍କା ନଥିଲେ ଆଉ ହଇରାଣ ହେବାକୁ ପଡିବ ନାହିଁ, ବିଶେଷ କରି ଚିକତ୍ସାଳୟ କୁ ଆସୁଥିବା ରୋଗୀ ଓ ସମ୍ପର୍କୀୟ ଏହାର ଲାଭ ଉଠାଇ ପାରିବେ।
