ନବରଙ୍ଗପୁର ,30/03/26:- ନବରଙ୍ଗପୁର ବିଜୁ ଜନଡା ଦଳ ପକ୍ଷରୁ ନଅ ଦଫା ଦାବି ନେଇ ଜିଲ୍ଲାପାଳ ଙ୍କୁ ନବରଙ୍ଗପୁର ବିଡ଼ିଓ ଙ୍କ ଜରିଆ ରେ ଦାବି ପତ୍ର ପ୍ରଦାନ କରାଯାଇଛି।ବ୍ଲକ ଅଫିସ ରେ ବ୍ୟାପକ ଦୁର୍ନୀତି ସହ ମାସ ମାସ ଧରି ପଂଚାୟତ ସମିତି ବୈଠକ ହେଉନଥିବା ଅଭିଯୋଗ କରିଛନ୍ତି। ସେହିପରି ପଂଚାୟତ ରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଉପେକ୍ଷା କରି ଗ୍ରାମସଭା ରେ ଦିଆଯାଇଥିବା ପ୍ରକଳ୍ପ ମାନଙ୍କୁ ଅନୁମୋଦନ ନକରି ନିର୍ଦ୍ଧିଷ୍ଟ ଦଳର କର୍ମୀ ମାନଙ୍କୁ କାମ ଦେବା ପାଇଁ ପ୍ରକଳ୍ପ ଅନୁମୋଦନ କରୁଥିବା ଅଭିଯୋଗ କରିଛନ୍ତି। ପଞ୍ଚାୟତ ସମିତି ପାଣ୍ଠି କୁ ସଭ୍ୟ ସଭ୍ୟା ଙ୍କ ଅଜାଣତରେ ବିନିଯୋଗ କରି ଅର୍ଥ ଆତ୍ମସାତ କରିବା, ବିଗତ ସରକାର ଅମଳ ରେ ଆମ ଓଡ଼ିଶା ନବୀନ ଓଡ଼ିଶା ଓ ଫାଇଭ ଟି ଯୋଜନା ଅଧିନ ଅନୁଦାନ ରେ କାମ ର ବିଲ ନ କରିବା , ବ୍ଲକ ର ସମସ୍ତ ନଳକୂପ ର ମରାମତି କରିବା ଆବାସ ଯୋଜନାରେ ହିତାଧିକାରୀଙ୍କୁ ମନରେଗା ରେ ମିଳୁଥିବା 25 ହଜାର ଟଙ୍କା କୁ ମଧ୍ୟ ହଡପ କରାଯାଉଥିବା ଅଭିଯୋଗ କରିଛନ୍ତି, ଏହିଭଳି ୯ ଦଫା ଦାବି ନେଇ ବିଜେଡି ତରଫରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଯଦିଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନ ରେ ଜୋରଦାର ପ୍ରତିବାଦ କରାଯିବ ବୋଲି କହିବା ସହ ଜିଲ୍ଲାପାଳ ଅଫିସ କୁ ମଧ୍ୟ ଅଚଳ କରାଯିବ ବୋଲି କହିଛନ୍ତି ।ଅନ୍ୟ ପଟେ ସମସ୍ତ କାର୍ଯ୍ୟ ଠିକ ଥିବା ସହ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ଜିଲ୍ଲା ବିଜେଡି ସଭାପତି ମାନୋହର ରନ୍ଧାରୀ ଙ୍କ ନେତୃତ୍ୱ ରେ ଏହି ଘେରାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ମହିଳା ସଭାପତି ମଞ୍ଜୁଳା ମାଝୀ ଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ।
