ଦିଲ୍ଲୀ : ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । କାର୍ତ୍ତିକ ଆରିୟାନ୍ ଶ୍ରେଷ୍ଠ ଅଭିନେତା ଓ ୟାମୀ ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଘୋଷିତ । ‘ଚନ୍ଦୁ ଚାମ୍ପିଅନ’ ପାଇଁ କାର୍ତ୍ତିକ ଆରିୟାନ୍ ଏବଂ ଆର୍ଟିକଲ୍ ୩୭୦ ପାଇଁ ୟାମୀ ଗୌତମ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସେହିପରି ରାଜକୁମାର ରାଓଙ୍କ ଅଭିନୀତ ‘ଶ୍ରୀକାନ୍ତ’ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ପୁରସ୍କାର ପାଇବ । ‘ଆମାରାନ୍’ ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜକୁମାର ପେରିଆସାମୀ ମନୋନିତ ହୋଇଛନ୍ତି ।
