ମ୍ବାୱେ ବିପକ୍ଷରେ ହେବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଏହି ସିରିଜରେ ଦଳର ଅଧିନାୟକତ୍ୱ ଶ୍ରେୟସ ଆୟର କରିବେ । ତିଲକ ବର୍ମାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି । ଟିମରେ ୧୫ ବର୍ଷୀୟ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିଛି ।
ଏହି ସିରିଜରୁ ୱିକେଟକିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯାଇଛି । ଅନ୍ୟପଟେ ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସ୍ଥାନ ମିଳିଛି । ଟିମକୁ ଫେରିଛନ୍ତି ମଧ୍ୟକ୍ରମ ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂ । ରିଙ୍କୁ ଆୟର୍ଲ୍ୟାଣ୍ଡ, ଇଂଲଣ୍ଡ ଗସ୍ତ ଏବଂ ଏସିଆନ ଗେମ୍ସ ପାଇଁ ଦଳରେ ସ୍ଥାନ ପାଇନଥିଲେ । ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଏହି ତିନୋଟି ଟି-୨୦ ମ୍ୟାଚ୍ ଜୁଲାଇ ୨୩, ୨୫ ଏବଂ ୨୬ ତାରିଖରେ ହରାରେ ଠାରେ ଖେଳାଯିବ ।
ୱିକେଟକିପର ବ୍ୟାଟର ପ୍ରଭସିମରନ ସିଂ, ଦ୍ରୁତ ବୋଲର ଅଶୋକ ଶର୍ମା, ୟଶ ଠାକୁର ଏବଂ ସ୍ପିନର ହର୍ଷ ଦୁବେଙ୍କୁ ପ୍ରଥମ ଥର ପାଇଁ ଟି-୨୦ ଦଳରେ ସାମିଲ କରାଯାଇଛି । ଏହା ସହିତ ଦ୍ରୁତ ବୋଲର ମୟଙ୍କ ଯାଦବ ମଧ୍ୟ ଦୀର୍ଘ ଦିନ ପରେ ଦଳକୁ ଫେରିଛନ୍ତି । ୱାର୍କଲୋଡ୍ ମ୍ୟାନେଜମେଣ୍ଟ କାରଣରୁ ଅଲରାଉଣ୍ଡର ଅକ୍ଷର ପଟେଲ, ଦ୍ରୁତ ବୋଲର ହର୍ଷିତ ରାଣା ଏବଂ ଅର୍ଶଦୀପ ସିଂଙ୍କୁ ମଧ୍ୟ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି ।
