ବକ୍ସ ହେଡ୍ଲାଇନ୍:ବାଇକ୍ରେ ଆସି ୨ ଦୁର୍ବୃତ୍ତଙ୍କ ଆକ୍ରମଣ
◼️ ପ୍ରାୟ ୮ ରାଉଣ୍ଡ ଗୁଳି ଚଳାଇ ଫେରାର
◼️ ବ୍ୟବସାୟିକ ଶତ୍ରୁତା ନା ଅନ୍ୟ କାରଣ? ତଦନ୍ତ ଜାରି
ବାଲେଶ୍ୱର, ୨୫/୦୬/୨୦୨୬(ଖବର) ରିପୋର୍ଟ ହ୍ରିତିକ ନାୟକ : ବାଲେଶ୍ୱର ସହରର ବ୍ୟସ୍ତବହୁଳ ଅଡର ବଜାର ଅଞ୍ଚଳରେ ଗୁରୁବାର ଦିନ ଦ୍ୱିପ୍ରହରରେ ଘଟିଥିବା ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସେଖ୍ ହମିଦ (ଏସ୍.କେ. ହମିଦ)।
ସୂଚନା ଅନୁସାରେ, ସହଦେବଖୁଣ୍ଟା ଥାନା ଅଧୀନ ଅରଡବଜାର ମାର୍କେଟ୍ରେ ଦୁଇ ଜଣ ଦୁର୍ବୃତ୍ତ ଏକ ମୋଟରସାଇକେଲ୍ରେ ଆସି ସେଖ୍ ହମିଦଙ୍କ ଉପରେ ଅତର୍କିତ ଭାବେ ଗୁଳିମାଡ଼ କରିଥିଲେ। ଆକ୍ରମଣକାରୀମାନେ ପ୍ରାୟ ୮ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଗୁଳିକାଣ୍ଡ ଘଟିବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଖବର ପାଇ ସହଦେବଖୁଣ୍ଟା ପୋଲିସ ଏବଂ ଉଚ୍ଚପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ

ହୋଇନଥିବାବେଳେ ବ୍ୟବସାୟିକ ଶତ୍ରୁତା କିମ୍ବା ବ୍ୟକ୍ତିଗତ ବିବାଦ ଏହାର ପଛରେ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି
