ନୂଆ ରୂପରେ ଆସିପାରେ ଆଇପିଏଲ ୨୦୨୭ । ଆଉ ଏଥିରେ ପୂର୍ବତନ ଟିମ୍ ଇଣ୍ଡିଆ ଅଲରାଉଣ୍ଡର ଯୁବରାଜ ସିଂହ.ନୂଆ ଭୂମିକା ଗ୍ରହଣ କରିପାରନ୍ତି । ଖବର ମୁତାବକ, ଦିଲ୍ଲୀ କ୍ୟାପିଟାଲ୍ସ (DC) ଯୁବରାଜଙ୍କୁ ସପୋର୍ଟ ଷ୍ଟାଫରେ ଯୋଡିବାକୁ ପ୍ରସ୍ତୁତ ହେଉଛି ।
ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ IPL ସିଜିନ୍ରୁ ଟାଇଟଲ୍ ହାସଲ କରିବା ପାଇଁ ଚେଷ୍ଟା କରୁଛି, କିନ୍ତୁ ଟିମ୍ ଲଗାତାର ଆଶା ପୂରଣ କରିବାରେ ବିଫଳ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ଏବେ ସପୋର୍ଟ ଷ୍ଟାଫରେ ବଡ଼ ପରିବର୍ତ୍ତନ ନେଇ ଯୋଜନା କରୁଛି । ଯୁବରାଜ ସିଂହଙ୍କୁ ବଡ଼ ଦାୟିତ୍ୱ ଦେବାକୁ ଯାଉଛି ଦିଲ୍ଲୀ । ଜେଏସଡବ୍ଲୁ ଗ୍ରୁପ୍ ଆଗାମୀ ଦୁଇବର୍ଷ ପାଇଁ ପୁଣିଥରେ ଦିଲ୍ଲୀ କ୍ୟାପିଟାଲ୍ସ ପରିଚାଳନା କରିବ । ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଦିଲ୍ଲୀ ହେଡ୍ କୋଚ୍ ହେବେ ବୋଲି ଆକଳନ କରାଯାଉଛି । ଗାଙ୍ଗୁଲି ଏବଂ ଯୁବରାଜ ସିଂହଙ୍କ ମିଳିତ ଭାବେ ଦିଲ୍ଲୀରେ ଏଣ୍ଟ୍ରି କ୍ୟାପିଟାଲ୍ସ ପାଇଁ ନୂଆ ଅଧ୍ୟାୟ ସୃଷ୍ଟି କରିପାରେ ।
ଯୁବରାଜ ସିଂହ ଭାରତର ଯୁବ ତାରକା ଅଭିଷେକ ଶର୍ମା, ଶୁବମନ ଗିଲ ଏବଂ ପ୍ରଭସିମରନ ସିଂହଙ୍କୁ ଟ୍ରେନିଂ ଦେଉଛନ୍ତି । ଆଉ ଏହି ଖେଳାଳି ଆଇପିଏଲରେ କମାଲ୍ ଖେଳ ଖେଳୁଛନ୍ତି ।
ଯୁବରାଜ ଆଇପିଏଲ କ୍ୟାରିଅର ୧୩୨ ମ୍ୟାଚ ଖେଳି ୨୭୫୦ ରନ କରିଛନ୍ତି । ଏହି ସମୟରେ ୧୩ ଅର୍ଦ୍ଧଶତକ କରିଛନ୍ତି । ୨୦୦୭ ଏବଂ ୨୦୧୧ ବିଶ୍ବକପରେ ଯୁବରାଜଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା ।
ଆଇପିଏଲ୍ ୨୦୨୭କୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ବଡ ପ୍ଲାନ୍ କରୁଛି । ଆସନ୍ତାବର୍ଷ ମାର୍ଚ୍ଚ ୧୦ରୁ ରୁ ୧୫ ଭିତରେ ଆରମ୍ଭ ହୋଇପାରେ ଇଣ୍ଡିଆନ ପ୍ରିମିୟର ଲିଗ୍ । ଏହା ଖେଳାଳିମାନଙ୍କୁ ପ୍ରଚଣ୍ଡ ଗରମ ଏବଂ ଗ୍ରୀଷ୍ମପ୍ରବାହରୁ ମୁକ୍ତି ଦେବ ।
