ଭୁବନେଶ୍ୱର : ରାଜ୍ୟରେ ୭୬ହଜାର ୬୧୨ କୋଟିର ୨୦ଟି ପ୍ରକଳ୍ପକୁ ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ୪୫ ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (HLCA) ବୈଠକରେ ୯ଟି ଜିଲ୍ଲା ପାଇଁ ମୋଟ ୭୬ହଜାର ୬୧୧କୋଟି ୮୬ ଲକ୍ଷ ଟଙ୍କାର ୨୦ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିଛି । ଏହି ମେଗା ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟରେ ୫୦,୫୧୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ନିବେଶଗୁଡ଼ିକ ଗ୍ରୀନ୍ ଏନର୍ଜି, ଷ୍ଟିଲ୍, ଫାର୍ମାସ୍ୟୁଟିକାଲ୍ସ, ଆଧୁନିକ ଖଣିଜ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ‘ଲ୍ୟାବ୍-ଗ୍ରୋନ୍ ହୀରା’ (Lab-Grown Diamonds) ଉତ୍ପାଦନ ଭଳି ପ୍ରତିଶ୍ରୁତିବଦ୍ଧ କ୍ଷେତ୍ରରେ କରାଯିବ।
