କଟକ,11/6-ରାଜ୍ୟ ଜଳସମ୍ପଦ ଅଧୀନରେ ରହିଥିବକଟକ ଜଗତପୁର ସ୍ଥିତ ମହାନଦୀ ନର୍ଥ ଡିଭିଜନ ରାଧିକ୍ଷଣ ଯନ୍ତ୍ରୀ ଭାବେ ଆଜି ଇଂ ପ୍ରସନ୍ନ ଜୀତ ଦାସ ତାଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି ! ଏଠାରେ ପୁର୍ବରୁ ଥିବା ଅଧିକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାରଙ୍କୁ ରାଜ୍ୟ ସରକାର ନିଷ୍ପତି କ୍ରମେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ କୁ ବଦଳି କରାଯିବାପରେ ଗଙ୍ଗାଧର ମେହେର ଏଲ. ଆର ପ୍ରକଳ୍ପ ର କାର୍ଯ୍ୟ କରୁଥିବା ପ୍ରସନ୍ନ ଜୀତ ଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା !କାର୍ଯ୍ୟରେ ଯୋଗଦାନ ଦେବାପରେ ଆଜି ବିଭାଗୀୟ ସରକାରୀ ଯନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରି ଆଗାମୀ ବର୍ଷା ଋତୁ ପୂର୍ବରୁ କେନାଲ ରୋଡ଼ ମରାମତି ନଦୀବନ୍ଦ ସୁରକ୍ଷା ଜଳସେଚନ ପାଇଁ କେନାଲ ଗୁଡିକର ସକ୍ରିୟତା ଉପରେ ଆଲୋଚନା କରିଥିଲେ !
