ସୂଚନାଅଧିକାର ଆଇନ ତଥ୍ୟରୁ ମିଳିଥିବା ତଥ୍ୟ ଅନୁସାରେ ସରକାରୀ ଯୋଜନାରେ ବ୍ୟାପକ ଅନିୟମିତତା, ଦୁର୍ନୀତି ଲୋକଲୋଚନକୁ ଆଣିବା ସହ ବିଭାଗୀୟ କର୍ତ୍ତୃପକ୍ଷ, ମୂଖ୍ୟମନ୍ତ୍ରୀ ଓ ଭିଜିଲାନ୍ସକୁ ଅଭିଯୋଗ କରିବା, ଜନସାଧାରଣଙ୍କ ମୌଳିକ ଅଧିକାର ଓ ସମସ୍ୟା ସମ୍ପର୍କରେ ସ୍ଵରୋତ୍ତଳନ କରୁଥିବା ଏବଂ କଟକ ମହାନଗର ନିଗମର ଶିଖରପୁର ଶ୍ରୀଗୁରୁକ୍ଷେତ୍ର ନିକଟରେ ଥିବା ମୂଲ୍ୟବାନ ୨୩ଏକରରୁ ଉର୍ଦ୍ଧ୍ବ ଜାଗାରୁ ଜବରଦଖଲ ଉଛେଦ ନିମନ୍ତେ ମୂଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ସୀମା ନିର୍ଦ୍ଧାରଣ ପାଇଁ ଚିଠି ହୋଇଥିବା ଯୋଗୁଁ ଅଞ୍ଚଳର କିଛି ପ୍ରଭାବଶାଳୀ ବ୍ୟକ୍ତି ଓ ଅସାମାଜିକ ଯୁବକ ସୂଚନାଅଧିକାର କର୍ମୀଙ୍କ ମୁହଁ ବନ୍ଦ କରିବା ପାଇଁ ଆକ୍ରମଣ ଓ ମିଥ୍ୟାକେସ ଦେଇଥିବା ନେଇ ଆଜି ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ଉକ୍ତ ସ୍ମାରକପତ୍ରରେ ଜିତେନ୍ଦଙ୍କ ନାମରେ ହୋଇଥିବା ମିଥ୍ୟାକେସ ପ୍ରତ୍ୟାହାର, ଆକ୍ରମଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ,ଆଇନଗତ କାର୍ଯ୍ୟାନୁଷ୍ଠାନ, ପରିବାର ଜୀବନପ୍ରତି ବିପଦ ରହିଥିବା ନେଇ ନ୍ୟାୟ ଓ ସୁରକ୍ଷା ପ୍ରଦାନ କରିବା ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କୁ ଗୁହାରୀ କରିଛନ୍ତି।
