ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଆଜି ପଟିଆ କଳାରାହାଙ୍ଗ ଅଞ୍ଚଳରେ ଥିବା ସରକାରୀ ଜମି ଉପରୁ ବେଆଇନ ଘର ଓ ଦୋକାନଗୁଡ଼ିକୁ ହଟାଇବା ପାଇଁ ଏକ ବୃହତ ଅଭିଯାନ ଆରମ୍ଭ ହୋଇଛି । BDA ଓ BMC ଏବଂ ସାଧାରଣ ପ୍ରଶାସନ ବିଭାଗର ମିଳିତ ଉଦ୍ୟମରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୫୦ରୁ ଉର୍ଦ୍ଧ୍ୱ ନିର୍ମାଣ ଘର ଭାଙ୍ଗିଛି । କଳାରାହାଙ୍ଗ ଅଞ୍ଚଳର ପ୍ରାୟ ୬ ଏକର ଗ୍ରାମ୍ୟ ଜଙ୍ଗଲ ଜମିକୁ ଦୀର୍ଘ ଦିନ ହେବ ବେଆଇନ ଭାବେ ଜବରଦଖଲ କରାଯାଇଥିଲା । ସେଠାରେ ଗଢ଼ି ଉଠିଥିବା ‘ରେଗେଡି ବସ୍ତି’ ଏବଂ ଆଖପାଖ ଅଞ୍ଚଳର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ବ୍ୟବସାୟିକ ଦୋକାନ ଓ ଘରକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି ।
