ରାୟଗଡ଼ା: ରାୟଗଡାରେ ଦେଖାଦେଇଛି ଏକ ଆଶ୍ଚର୍ଯ୍ୟ ଘଟଣା । ବନ୍ଧୁକ ମୁନରେ କରାଯାଇଛି ଅପହରଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଅପହରଣ କରିଥିବା ଅଭିଯୋଗ । ରାୟଗଡା ଇନ୍ଦିରା ନଗର ୩ୟ ଲାଇନରେ କିଛି ଦୁର୍ବୁତ୍ତ ଗୁଳିକାଣ୍ଡ କରି ଜଣେ ଯୁବକଙ୍କୁ ଅପହରଣ କରିନେଇଛନ୍ତି । ପ୍ରଥମେ କିଛି ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ଯୁବକଙ୍କୁ ପିଛା କରିଥିଲେ । ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ବୋଲି ଜଣାପଡ଼ିଛି ।
ଏହି ସମୟରେ ଯୁବକ ଜଣଙ୍କ ଭୟରେ ଦୌଡି ପଳେଇବା ସମୟରେ ଫାୟାରିଂ ହୋଇଥିବା କୁହାଯାଇଛି । ଏପରିକି ଯୁବକ ଜଣଙ୍କ ପ୍ରାଣ ଭୟରେ ଜଣଙ୍କ ଘରକୁ ପସିଯିବା ସମୟରେ ଦୁର୍ବୁତ୍ତ ମାନେ ତାକୁ ଅପହରଣ କରିନେଇଛନ୍ତି । ଅପହରଣ ହୋଇଥିବା ଯୁବକ ନିଖିଲ ବୋଲି ସୂଚନାରୁ ଜଣାପଡିଛି । ରାୟଗଡା ଟାଉନ ଥାନା ପୋଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି ।
