ଜଳେଶ୍ୱର : ଚାନ୍ଦା ପାଇଁ ମୁହାଁମୁହିଁ । ରାସ୍ତାରେ ଚାନ୍ଦା ଉଠାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ରାମଚନ୍ଦ୍ରପୁର ଗାଁରେ ଉତ୍ତେଜନା । ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ଗାଁର ଚଣ୍ଡିପୁର ମନ୍ଦିରରେ ପାଟ ପର୍ବ ପାଇଁ ପାଟ ଭକ୍ତ ମାନେ ରାମଚନ୍ଦ୍ରପୁର ଛକରେ ଲୋକଙ୍କୁ ଅଟକାଇ ସାହାଯ୍ୟ ମାଗୁଥିଲେ । ଜଣେ ଅଟୋ ଚାଳକଙ୍କ ଠାରୁ ସାହାଯ୍ୟ ମାଗୁଥିବା ବେଳେ ଚାଳକ ଏବଂ ଭକ୍ତ ମାନଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ନେଇ ଗଣ୍ଡଗୋଳ ହୋଇଥିଲା ।
ଏଥିରେ ୪ଜଣ ବ୍ଯକ୍ତି ଆହତ ହୋଇଥିବା ବେଳେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି । ନ୍ଯାୟ ଦାବି ରେ ଭକ୍ତ ମାନେ ରାସ୍ତା ରୋକ କରିଥିବା ବେଳେ ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଘଟଣା ସ୍ଥଳରେ ଜଳେଶ୍ଵର ଏସଡିପିଓ ସୁବ୍ରତ ବେହେରା, ବସ୍ତା ଆଇଆଇସି ରଣଜିତ ସାହୁ, ସିଂଲା ଆଇଆଇସି ସୁଚନ୍ଦ୍ର ମହାଳିକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
