ଢେଙ୍କାନାଳ : ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଯୁବକ ନିଖୋଜ । ସାଙ୍ଗମାନଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ଯୁବକ । ଖୋଜା ଖୋଜି କରିବାରେ ମିଳି ପାରୁନି ଯୁବକଙ୍କ ପତ୍ତା । ଢେଙ୍କାନାଳ ଜିଲ୍ଲା କଣ୍ଟା ବଣିଆ ଥାନା ଅନ୍ତର୍ଗତ ମାନପୁର ବ୍ରାହ୍ମଣୀ ନଦୀ ଘାଟରେ ଘଟିଛି ଏହି ଅଭାବନୀୟ ଘଟଣା । ବ୍ରାହ୍ମଣୀ ନଦୀରେ ଭାସି ଯାଇଥିବା ଯୁବକ ନଦୀ ପାଣିରେ ନିଖୋଜ ଥିବା ଜଣାପଡିଛି ।
ନିଖୋଜ ଯୁବକ କଣ୍ଟା ବଣିଆ ଥାନା ଅନ୍ତର୍ଗତ ମାନପୁର ଗ୍ରାମର ୨୫ବର୍ଷୀୟ ଯୁବକ ସୁଶୀଲ ସାହୁ ବୋଲି ଜଣାପଡିଛି। ଆଜି ମଧ୍ୟାହ୍ନରେ ସୁଶୀଲ ସାଙ୍ଗମାନଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇ ଥିବା ବେଳେ ନଦୀରେ ସ୍ରୋତ ପ୍ରଖର ଥିଲା । ଫଳରେ ସେ ପାଣିରେ ଭାସି ଯାଇଥିଲେ । ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାରେ ବିଫଳ ପରେ ଗ୍ରାମରେ କହିଥିଲେ । ପରେ ଖବର ପାଇ ସ୍ଥାନୀୟ ଜିଏମ ଆର କାରଖାନାର ଅଗ୍ନିଶ୍ରମ ବାହିନୀ ନଦୀକୁ ଯାଇ ଖୋଜା ଖୋଜି ଜାରି ରଖିଛନ୍ତି । ମାତ୍ର ନିଖୋଜ ଯୁବକଙ୍କ ପତ୍ତା ମିଳିପାରି ନାହିଁ ।
