ବାଲିଗୁଡା : କାର୍-ବସ୍ ମୁହାଁମୁହିଁ ଧକ୍କା ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କନ୍ଧମାଳ ନୂଆଗାଁ ଥାନା ପାଇବର ସାହି ନିକଟରେ ଦୁର୍ଘଟଣା ଘଟିଛି । ସୌଭାଗ୍ୟବଶତଃ ଉଭୟ କାର ଓ ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାଗ୍ରସ୍ତ କାରଟି ଏକ ବସକୁ ଓଭର ଟେକ କରିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବସ୍ ସାମ୍ନାକୁ ଚାଲି ଆସିଥିଲା । ତେବେ ବସ୍ ଡ୍ରାଇଭର ବ୍ରେକ ମାରିବା ପରେ ବସଟି ରାସ୍ତାକଡ଼ ଗାଡୱାଲରେ ବାଡେଇ ହୋଇ ଯାଇଥିଲା । ଘଟଣାସ୍ଥଳରେ କ.ନୂଆଗାଁ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ସେହିପରି ଗତକାଲି କୋଲକାତାରୁ ଭୁବନେଶ୍ବର ଯାଉଥିବାବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଲା ତୀର୍ଥଯାତ୍ରୀ ବସ୍ । ବାଲେଶ୍ବର ଶେରଗଡ଼ ରୟାଲ ହୋଟେଲ ସମ୍ମୁଖରେ ଦୁର୍ଘଟଣା ଘଟିଥିଲା । ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
