ଜଗତସିଂପୁର : ଜଗତସିଂପୁର ଜିଲ୍ଲାର ସଦର ବଡ଼ବଜ଼ାର ଠାରେ ହୁତୁ ହୁତୁ ହୋଇ ଜଳିଗଲା ଦୋକାନ । ଏକ ସାଇକେଲ ଦୋକାନରେ ନିଆଁଲାଗିବା ପରେ ପାଖ ବ୍ୟାଗ ଦୋକାନ ଓ ଅନ୍ୟାନ୍ୟ ଦୋକାନକୁ ବ୍ୟାପିଥିଲା । କିଛି ସମୟ ବିଳମ୍ବରେ ଅଗ୍ନିଶ୍ରମ ବାହିନୀ ଆସି ନିଆଁକୁ ଆୟତ କରିଛନ୍ତି । ଭିଷଣ ଗରମ ଯୋଗୁ ନିଆଁ ଲାଗିଥାଇ ପାରେ କିମ୍ବା ସଟସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି ।
ଅଗ୍ନିଶ୍ରମ ବାହିନୀର କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ କରିଛନ୍ତି । ବ୍ୟବସାୟୀଙ୍କର ଥିବା ଦୋକାନରେ ସମସ୍ତ ଆସବାବ ପତ୍ର ଓ ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି । ଫଳରେ ବ୍ୟବସାୟୀମାନେ ଚିନ୍ତାରେ ରହିଛନ୍ତି । ନିଆଁର ଭୟାବହରେ ବିଦ୍ୟୁତ ତାର ମଧ୍ୟ ଜଳି ଯାଇଛି । ଯାହା ଦ୍ବାରା ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି ।
