ପଦ୍ମପୁର : ନୃସିଂହନାଥଙ୍କ ପୀଠରେ ଅନନ୍ୟ ପରମ୍ପରା, ପଖାଳ ଭୋଗ । ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇଁ ସମସ୍ତେ ସୁଆଦିଆ ଖାଦ୍ୟ ଗ୍ରହଣ କରିଥାନ୍ତି। ସେହିପରି ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥଙ୍କୁ ମଧ୍ୟ ପଖାଳ ଭୋଗ ଲାଗି କରାଯାଇଥାଏ। ଶୀମାର୍ଜାର କେଶରୀ ନୃସିଂହନାଥ ମହାପ୍ରଭୁଙ୍କର ଠାରେ ପ୍ରତି ବର୍ଷ ଅକ୍ଷୟ ତୃତୀୟା ଠାରୁ ୭ଦିନ ଯାଏଁ ପଖାଳ ଭୋଗ ଲାଗି ହୋଇଥାଏ। ଟଭାପତ୍ର, ଦହି, ଲେମ୍ୱୁ, କଞ୍ଚାଆମ୍ୱ ଆଦି ଦେଇ ବିଶେଷ ଭାବରେ ପ୍ରସ୍ତୁ କରାଯାଏ ପଖାଳ। ଏହା ସହ ଡାଲି, ତରକାରି, ଶାଗ ଆଦି ଭୋଗ ଲାଗିହୁଏ। ପାର୍ଶ୍ଵ ଦେବଦେବୀମାନଙ୍କୁ କଳସିରେ ନିୟମିତ ଥଣ୍ଡା ପାଣି ଏବଂ ମଥା ରେ ଚନ୍ଦନ ପ୍ରଲେପ ସହ ମୁଣ୍ଡରେ ଓଦା ଗାମୁଛା ଦେବାର ରହିଛି ଅନନ୍ୟ ପରମ୍ପରା।
