ଆଜି ବୈଶାଖ ଅମାବାସ୍ୟା । ଆଜିର ଏହି ଅମାବାସ୍ୟାରେ ଶନିଙ୍କ ଗତିରେ ପରିବର୍ତ୍ତନ ହେବାକୁ ଯାଉଛି । ଆଜି ଶନି ଉତ୍ତରଭାଦ୍ରପଦ ନକ୍ଷତ୍ରର ଚତୁର୍ଥ ସ୍ଥାନରେ ଗୋଚର କରିବେ । ବୈଶାଖ ଅମାବାସ୍ୟାରେ ଶନିଙ୍କ ଗତି ପରିବର୍ତ୍ତନ ଏକ ଦୁର୍ଲଭ ସଂଯୋଗ ବୋଲି ମାନାଯାଇଥାଏ । ଏହା ପରେ ମେ ୧୭ ତାରିଖକୁ ରେବତୀ ନକ୍ଷେତ୍ରରେ ପ୍ରଥମ ସ୍ଥାନରେ ପ୍ରବେଶ କରିବେ ଶନି । ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ କରାଯାଏ ଯେ, ବୈଶାଖ ଅମାବାସ୍ୟାର ସଂଯୋଗରେ ଶନି ଚଳନ ହେବା ଦ୍ବାରା ୪ଟି ରାଶିକୁ ଜବରଦସ୍ତ ଲାଭ ମିଳିବ । ତେବେ ଆସନ୍ତୁ ସେହି ରାଶିଗୁଡିକ ସମ୍ପର୍କରେ ଜାଣିବା ।
