ଭୁବନେଶ୍ୱର : ଇତିହାସ ରଚିଲା KIIT । ପ୍ରଥମ ଥର ବିଶ୍ୱବିଦ୍ୟାଳୟରେ ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ । ଭୁବନେଶ୍ୱରରେ ଫେମିନା ମିସ୍ ଇଣ୍ଡିଆ-୨୦୨୬ ଓଡ଼ିଶା ଓ KIIT ପାଇଁ ଗୌରବର ମୁହୂର୍ତ୍ତ । ଓଡ଼ିଶାର ସାଂସ୍କୃତିକ ଏବଂ ଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ପରିସରରେ ଆସନ୍ତା ଏପ୍ରିଲ ୧୮ରେ ପ୍ରତିଷ୍ଠିତ ୬୧ତମ ଫେମିନା ମିସ୍ ଇଣ୍ଡିଆର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ । “କିଟ୍ ପ୍ରେଜେଣ୍ଟସ ୬୧ତମ ଫେମିନା ମିସ୍ ଇଣ୍ଡିଆ ୨୦୨୬” ଶୀର୍ଷକରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ସମଗ୍ର ଭାରତର ଶ୍ରେଷ୍ଠ ୩୦ ଜଣ ପ୍ରତିଯୋଗୀ କିଟ୍ ଓ କିସ୍ କ୍ୟାମ୍ପସରେ ପହଞ୍ଚିଛନ୍ତି । ଏହା ଅନୁଷ୍ଠାନ ଏବଂ ଏହାର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପାଇଁ ଏକ ଗୌରବମୟ ମୁହୂର୍ତ୍ତ । ଗତ ଏପ୍ରିଲ ୧୩ ତାରିଖରେ ସମସ୍ତ ୩୦ ଜଣ ପ୍ରତିଯୋଗୀ କିଟ୍ କ୍ୟାମ୍ପସରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଡ. ଅଚ୍ୟୁତ ସାମନ୍ତ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର ଆତିଥ୍ୟ ପ୍ରଦାନ କରିଥିଲେ ।
ଏହି ପ୍ରତିଯୋଗୀମାନେ ଏପ୍ରିଲ ୧୭ ପର୍ଯ୍ୟନ୍ତ କ୍ୟାମ୍ପସର ଛାତ୍ରଛାତ୍ରୀଙ୍କ ସହ ମିଶିବା ସହ ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଚନ୍ଦ୍ରଭାଗା ବେଳାଭୂମି ଭଳି ଐତିହାସିକ ସ୍ଥାନ ଭ୍ରମଣ କରିଛନ୍ତି । ଓଡ଼ିଆ ନବବର୍ଷ ଅବସରରେ ସମସ୍ତ ପ୍ରତିଯୋଗୀ ଓଡ଼ିଶାର ପାରମ୍ପରିକ ଶାଢ଼ି ପରିଧାନ କରି ଓଡ଼ିଆ ସଂସ୍କୃତି ପ୍ରତି ସମ୍ମାନ ଜଣାଇଥିଲେ । କିଟ୍ କ୍ୟାମ୍ପସର ଅନୁଭୂତିକୁ ସେମାନେ “ଯାଦୁକରୀ” ବୋଲି କହିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ରହିବା ସେମାନଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ପ୍ରକାଶ କରିଛନ୍ତି।
ପୂର୍ବ ଭାରତରେ ପ୍ରଥମ ଥର ପାଇଁ କୌଣସି ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏଭଳି ଏକ ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହେଉଛି । ମାର୍ଚ୍ଚ ମାସରେ ମୁମ୍ବାଇଠାରେ ଟାଇମ୍ସ ଗ୍ରୁପ୍ ଏବଂ ଡ. ସାମନ୍ତଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ୧୯୯୨-୯୩ରେ ଏକ ବୈଷୟିକ ପ୍ରତିଷ୍ଠାନରୁ ଆରମ୍ଭ ହୋଇଥିବା କିଟ୍ ଆଜି ବିଶ୍ୱସ୍ତରୀୟ ଶିକ୍ଷାର କେନ୍ଦ୍ର ପାଲଟିଛି । ଏହା ସହ ବିଶ୍ୱର ସର୍ବବୃହତ ଜନଜାତି ବିଶ୍ୱବିଦ୍ୟାଳୟ ‘କିସ୍’ ମଧ୍ୟ ଜଡ଼ିତ। ଡ. ସାମନ୍ତଙ୍କ ନେତୃତ୍ୱ ଯୋଗୁଁ ଆଜି ଗ୍ଲାମର ଦୁନିଆ ସହ ସାମାଜିକ ବିକାଶର ସମନ୍ୱୟ ଘଟିଛି । ତାଙ୍କ ପ୍ରଚେଷ୍ଟା ଯୋଗୁଁ ଓଡ଼ିଶା ଆଜି ବଡ଼ ବଡ଼ ଜାତୀୟ କାର୍ଯ୍ୟକ୍ରମର ପେଣ୍ଠସ୍ଥଳୀ ପାଲଟିଛି ।
ଏପ୍ରିଲ ୧୮ରେ ହେବାକୁ ଥିବା ଗ୍ରାଣ୍ଡ ଫି
