ଉମରକୋଟ ,୭/୪:-_ନବରଙ୍ଗପୁର ଜିଲ୍ଲା ଭାରତମାଳା ରାସ୍ତାରେ ବଡ଼କୁମାରୀ ନିକଟରେ ଦୁଇ କାର ମୁହାଁମୁହିଁ ଘଟଣା ସ୍ଥଳରେ ଦୁଇ ବୟସ୍କ ଙ୍କ ସହ ଜଣେ ଶିଶୁ ମୁର୍ତ୍ୟୁ, ପାଞ୍ଚ ରୁ ଅଧିକ ଆହତ, ସମସ୍ତ ଆହତ ଙ୍କୁ ଉମରକୋଟ ଉପ ଖଣ୍ଡସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି।

କୋରାପୁଟ ସୁନାବେଢ଼ା ଠାରୁ ସମ୍ପର୍କୀୟ ମାନେ ମିଶି ଗାଡି ନମ୍ବର OD10 AC 9416 ରେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ଚିତାବେଢା ଗ୍ରାମକୁ ଭୋଜି ଖାଇ ଯାଇଥିଲେ ଓ ସମସ୍ତେ ଭାରତମାଳା 130 CD ଜାତୀୟ ରାଜପଥ ରେ ଫେରୁଥିବା ବେଳେ ଉମରକୋଟ ବଡ଼କୁମାରୀ ନିକଟରେ ବିପରୀତ ଦିଗରୁ କଳାହାଣ୍ଡି ମଟର ରୁ ରାଇଘର ହଳଦୀ ବରଯାତ୍ରୀ ଯାଉଥିବା କାର OD08 S 8026 ସହ ମୁହାଁମୁହିଁ ଧକ୍କା ହୋଇଛି।

ମଟର ରୁ ରାଇଘର ଯାଉଥିବା ଗାଡି ଟ୍ରାଫିକ ନିୟମ ଭାଙ୍ଗି ରଙ୍ଗ ରୁଟ ରେ ଆସୁଥିବା ଯୋଗୁଁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଉମରକୋଟ ଅଗ୍ନିଶ୍ରମ ବାହିନୀ ଘଟଣ ସ୍ଥଳରେ ପହଂଚି ଆହତ ଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଇଛନ୍ତି। ଆଶୁତୋଷ ରଥ (୧୦), ଅରୁଣ ପଣ୍ଡା, ସୁବ୍ରତ ଶତପଥୀ ଙ୍କ ଘଟଣା ସ୍ଥଳରେ ମୁର୍ତ୍ୟୁ ହୋଇଛି ଏବଂ ଆହତ ବଂଶୀଧର ପଣ୍ଡା, ବିଶ୍ୱଜିତ ପଣ୍ଡା, ଗଜାନନ ଦାସ(୩୧), ଜିତେନ୍ଦ୍ର ସରାପ (୩୬)ସ୍ୱସ୍ତିକ କୋରାପ (୩୬) ଆହତ ହୋଇଛନ୍ତି।ବଂଶୀଧର ପଣ୍ଡା, ବିଶ୍ୱଜିତ ପଣ୍ଡା ଙ୍କୁ କୋରାପୁଟ ରେଫେର କରାଯାଇଛି। ଆଶୁତୋଷ ଓ ଅରୁଣ ପଣ୍ଡା ସମ୍ପର୍କରେ ଅଜା ନାତି ଅଟନ୍ତି
ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ କରୁଛନ୍ତି।
