ଭୁବନେଶ୍ୱର: ୨୩ଟି ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା । ଘୋଷଣା ହେଲା ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ । ୨୩ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ । ଅନୁଗୁଳର ଅଧ୍ୟକ୍ଷ ବଶିଷ୍ଠ ନାୟକ, ଉପାଧ୍ୟକ୍ଷ ହେଲେ ସୁରୁମୁଣି ଛତର, ବଲାଙ୍ଗିରର ଅଧ୍ୟକ୍ଷ ବଲ୍ଲଭ ଧରୁଆ, ଉପଧ୍ୟକ୍ଷ ହେଲେ ଜୟନ୍ତୀ ଭୋଇ । ସେହିପରି ବାଲେଶ୍ବର ଅଧ୍ୟକ୍ଷ ବିପିନ ମାରାଣ୍ଡି ଓ ଉପାଧ୍ୟକ୍ଷ ହେଲେ ଝରଣା ସିଂ । ବରଗଡ଼ର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏ ଓ ଉପାଧ୍ୟକ୍ଷ ହେଲେ ତିଳତ୍ତୋମା ଭୁଏ । ବୌଦ୍ଧର ଅଧ୍ୟକ୍ଷ ଡମ୍ବରୁଧର କହଁର ଓ ଉପାଧ୍ୟକ୍ଷ ହେଲେ ପ୍ରମିଳା କିଶାନ । ସେହିଭଳି ଦେବଗଡ଼ର ଅଧ୍ୟକ୍ଷ ହେଲେ ପ୍ରଶାନ୍ତ ବେହେରା ଏବଂ ଉପାଧ୍ୟକ୍ଷ ପ୍ରମିଳା କିଶାନ ହେଲେ ।
ସେପ୍ଟେମ୍ବର ୨୦୨୪ରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ନୂତନ ସରକାର ସମସ୍ତ ୨୩ଟି ସ୍ୱତନ୍ତ୍ର ବିକାଶ ପରିଷଦକୁ ଭାଙ୍ଗି ଦେଇଥିଲେ । ପୂର୍ବରୁ ଏହି ପରିଷଦଗୁଡ଼ିକୁ ରଦ୍ଦ କରାଯାଇଥିବା ବେଳେ, ବର୍ତ୍ତମାନ ନୂତନ ନିଯୁକ୍ତି ସହ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ରାଜ୍ୟର ୬୨ଟି ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣ। ସ୍ଥାନୀୟ ଆଦିବାସୀ ଜ୍ଞାନକୌଶଳକୁ ଜୀବିକା ସହ ଯୋଡ଼ିବା । ଆଦିବାସୀ ଭାଷା, କଳା ଏବଂ ପବିତ୍ର ପୀଠଗୁଡ଼ିକର ବିକାଶ । ୨୦୧୭ରେ ୯ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୩ରେ ୨୩ଟି ଜିଲ୍ଲାକୁ ସମ୍ପ୍ରସାରିତ ହୋଇଥିଲା । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଏବଂ ମାଲକାନଗିରିରେ ଗଠନ ହୋଇଥିଲା । ଏହା ମାଧ୍ୟମରେ ୧୧୭ଟି ବ୍ଲକ୍ ର ପ୍ରାୟ ୧୪ ଲକ୍ଷ ଆଦିବାସୀ ପରିବାରକୁ ସୁବିଧା ମିଳୁଥିଲା। ବର୍ତ୍ତମାନର ନୂଆ ନିଯୁକ୍ତି ପରେ ପ୍ରାୟ ୮୪ ଲକ୍ଷ ଆଦିବାସୀଙ୍କ ଉନ୍ନତି ପାଇଁ ଏହି ପରିଷଦ କାମ କରିବ।
ନୂତନ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଚୟନରେ ସ୍ଥାନୀୟ ଜନଜାତି ପ୍ରତିନିଧିମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଯାହାଫଳରେ ବିକାଶମୂଳକ କାର୍ଯ୍ୟରେ ଆଦିବାସୀଙ୍କ ସଂଖ୍ୟା ଗରିଷ୍ଠ ଭାଗିଦାରି ରହିବ । ଓଡ଼ିଶାର ଜନଜାତି ବିକାଶ ପାଇଁ ଗଠିତ ‘ସ୍ୱତନ୍ତ୍ର ବିକାଶ ପରିଷଦ’ ଆଜିଠାରୁ ସମ୍ପୂର୍ଣ୍ଣ ନୂଆ ରୂପରେ କାର୍ଯ୍ୟ ଆରମ୍ଭ କରିଛି। ସମସ୍ତ ୨୩ଟି ଜିଲ୍ଲାରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନିଯୁକ୍ତି ସହ ସରକାର ଆଦିବାସୀଙ୍କ ସଂସ୍କୃତି ଓ ସ୍ୱାର୍ଥ ରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ୨୦୨୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଏହାକୁ ଆଉ ୧୪ଟି ଜିଲ୍ଲାକୁ ସମ୍ପ୍ରସାରିତ କରିଥିଲେ। ଫଳରେ ମୋଟ ୨୩ଟି ଜିଲ୍ଲା ଏହି ପରିଷଦ ଅଧୀନକୁ ଆସିଥିଲା । ନୂଆ କରି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଦେବଗଡ଼
