ଉମରକୋଟ,ନବରଙ୍ଗପୁର,୩୧/୩:-ଦୀର୍ଘ 17 ଘଣ୍ଟା ହେବ ଘରେ ପଡି ରହିଛି ଶବ, ଧର୍ମ ପରିବର୍ତନ କରିଥିବା ଯୋଗୁଁ ଗାଁ ସ୍ମଶାନ ରେ ଶବ ସତ୍କାର କରିବାକୁ ଜାଗା ଦେଲେ ନାହିଁ ଗ୍ରାମବାସୀ। ଏଭଳି ଘଟଣା ଦେଖିବା କୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ । ପୂଜାରୀଭରଣ୍ଡୀ ଗ୍ରାମର କିଛି ପରିବାର ନିଜ ମୂଳ ଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିଥିଲେ, ଇତି ମଧ୍ୟରେ ବିଳମ୍ବିତ ରାତିରେ ଧର୍ମ ପରିବର୍ତ୍ତନ କରିଥିବା ପରିବାରଙ୍କ ମଧ୍ୟରୁ ଚଇତି ହରିଜନ ନାମକ ଜଣେ ବୃଦ୍ଧା ଙ୍କ ମୃତ୍ୟୁ ହୋଇଥିଲା ।ସେମାନେ ହିନ୍ଦୁଧର୍ମ ଛାଡିଥିବା ଯୋଗୁଁ ସେମାଙ୍କୁ ଗ୍ରାମର ହିନ୍ଦୁ ସ୍ମଶାନ ରେ ଶବ ସତ୍କାର ପାଇଁ ଜାଗା ଦେବୁ ନାହିଁ ବୋଲି ଜିଦ ଧରୀ ବସିଛନ୍ତି ଗ୍ରାମବାସୀ, ଯଦି ଉକ୍ତ ପରିବାର ହିନ୍ଦୁ ଧର୍ମ ର ରୀତି ନୀତି ଅନୁସାରେ ଶବ ସତ୍କାର କରିବେ ତାହେଲେ ଆମେ ଗାଁ ସ୍ମଶାନରେ ଜାଗା ଦେବୁ ବୋଲି କହିଛନ୍ତି, ନଚେତ ସେମାନଙ୍କ ଧର୍ମର ସ୍ମଶାନ କୁ ନେଇ ସତ୍କାର କରନ୍ତୁ ବୋଲି କହିଛନ୍ତି ହିନ୍ଦୁ ଧର୍ମାଲମ୍ବୀ ଲୋକେ ଏହାକୁ ନେଇ ଗ୍ରାମରେ ଏକ ପ୍ରକାର ଉତେଜନା ଜାରି ରହିଛି । ଘଟଣା ସ୍ଥଳରେ ଉମରକୋଟ ପୋଲିସ ଉପସ୍ଥିତ ରହି ଲୋକଙ୍କୁ ବୁଜା ସୁଜା କରୁଥିବା ବେଳେ। ସମସ୍ତେ ନିଜ ନିଜ ଜିଦ୍ ରର ଅଟଳ ଅଛନ୍ତି ।
ଅନ୍ୟପଟେ ମୃତ ପରିବାର ଲୋକଙ୍କ କହିବା ହେଲା ଆମେ ଦୀର୍ଘ ଦିନ ହେଲା ଗ୍ରାମରେ ବସବାସ କରୁଛୁ ତେଣୁ ଆମ ମୌଳିକ ଅଧିକାର କୁ ଚପାଇ ଦେବାକୁ ଅନ୍ୟ ପକ୍ଷର ଲୋକେ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତକ ଙ୍କ ପରିବାର।
